Bible

Leviticus 2 in Tamil ORIYA Compare

Leviticus 2 (ORIYA)

1 ଆଉ କହେି ସଦାପ୍ରଭୁ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଶସ୍ଯ ନବୈେଦ୍ଯ ଆଣିଲେ, ତାହା ଅତି ସୂକ୍ଷ୍ମ ମଇଦା ରେ ନବୈେଦ୍ଯ ହବେ। ପୁଣି ସେଥି ରେ ସେ ତୈଳ ଢାଳିବ ଓ ତା'ଉପରେ ଲୋବାନି ରଖିବ।

2 ପୁଣି ତାକୁ ହାରୋଣର ଯାଜକ ପୁତ୍ରମାନଙ୍କ ନିକଟକୁ ଆଣିବ। ଯାଜକ ସେଥିରୁ ମୁଠିଏ ସରୁ ମଇଦା, କିଛି ତୈଳ ଓ ସମସ୍ତ କପୂର୍ର ନବେ। ତା'ପରେ ଯାଜକ ଏହି ସ୍ମାରକ ଅଂଶ ୟଜ୍ଞବଦେୀ ଉପରେ ଦଗ୍ଧ କରିବ। ତାହା ସଦାପ୍ରଭୁଙ୍କ ପାଇଁ ସୁଗନ୍ଧିତ ନବୈେଦ୍ଯ ଅଟେ।

3 ଏହି ଶସ୍ଯ ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହବେ। ଏହି ଉପହାରରୁ ସଦାପ୍ରଭୁଙ୍କ ପାଇଁ ନିଆୟାଇଥିବା ଅବଶିଷ୍ଟାଂଶ ମହାପବିତ୍ର ଅଟେ।

4 ଆଉ ଯଦି କହେି ତୁନ୍ଦୁର ରେ ପକ୍ବ କରି ଶସ୍ଯ-ନବୈେଦ୍ଯ ଦିଏ, ତବେେ ତାହା ତାଡିଶୁନ୍ଯ ରୋଟୀ ଓ ତୈଳର ଛଣା ୟାଇଥିବା ସରୁ ମଇଦାର ପିଠା କିମ୍ବା ତୈଳାକ୍ତ ସରୁଚକୁଳୀ ହବେ।

5 ପୁଣି ଯଦି ନବୈେଦ୍ଯ କରଇେ ରେ ସକୋ ହାଇେଥିବା ପିଠା ହୁଏ, ତବେେ ଏହା ନିଶ୍ଚିତ ତାଡିଶୂନ୍ଯ ସରୁ ମଇଦାରୁ ତିଆରି ହାଇେ ତୈଳ ରେ ଭଜା ହାଇେ ତିଆରି ହାଇେଥିବ।

6 ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା'ଉପରେ ତୈଳ ଢାଳିବ, ତାହା ହିଁ ଶସ୍ଯ ନବୈେଦ୍ଯ ହବେ।

7 ଯଦି ତୁମ୍ଭେ କରଇେ ରେ ରୋଷଇେ ହାଇେ ଶକୋ ୟାଇଥିବା ଶସ୍ଯ ଦିଅ, ତବେେ ତାହା ନିଶ୍ଚିତ ତଲେ ରେ ଭଜା ୟାଇଥିବ ଓ ସରୁ ମଇଦା ରେ ହାଇେ କରଇେ ରେ ପରସା ୟାଇଥିବ।

8 ତୁମ୍ଭେ ଏହିସବୁ ଦ୍ରବ୍ଯ ରେ ପ୍ରସ୍ତୁତି ଶସ୍ଯ ନବୈେଦ୍ଯ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ଆଉ ତାହା ଯାଜକକୁ ଦବେ ଓ ଯାଜକ ତାକୁ ନଇେ ୟଜ୍ଞବଦେୀ ଉପରେ ରଖିବ।

9 ପୁଣି ଯାଜକ ସହେି ଭଜା ଶସ୍ଯରୁ କିଛି ଅଂଶ ନବୋ ଉଚିତ୍ ଓ ୟଜ୍ଞବଦେୀ ଉପରେ ଏହି ସ୍ମରଣାର୍ଥକ ଅଂଶ ଦଗ୍ଧ କରିବା ଉଚିତ୍। ତାହା ସଦାପ୍ରଭୁଙ୍କ ପାଇଁ ସୁବାସିତ ନବୈେଦ୍ଯ ଅଟେ।

10 ସହେି ଶସ୍ଯ-ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହବେ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆୟାଏ ମହାପବିତ୍ର ଅଟେ।

11 ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେ କୌଣସି ଶସ୍ଯ-ନବୈେଦ୍ଯ ଆଣିବ, ତାହା ତାଡିଶୂନ୍ଯ ହବୋ ଉଚିତ୍। ତୁମ୍ବମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନବୈେଦ୍ଯ ରୂପେ ତାଡି କି ମଧୁ କବେେ ଦଗ୍ଧ କରିବା ଉଚିତ୍ ନୁହେଁ।

12 ତୁମ୍ଭମାନେେ ପ୍ରଥମଜାତ ଫଳର ନବୈେଦ୍ଯ ରୂପେ ତାଡି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହବେ। ଏହାକୁ ୟଜ୍ଞବଦେୀ ଉପରକୁ ନିଆ ୟାଇ ପାରିବ ନାହିଁ।

13 ତୁମ୍ଭେ ସମସ୍ତ ଶସ୍ଯ ନବୈେଦ୍ଯ ରେ ଲବଣ ମିଶାଇବ, ଯାହା ତୁମ୍ଭେ ଉତ୍ସର୍ଗ କର। ପୁଣି ପରମେଶ୍ବରଙ୍କ ଚୁକ୍ତି ରୂପକ ଲବଣକୁ ଶସ୍ଯ ନବୈେଦ୍ଯ ରେ ଦବେ। ଆଉ ତୁମ୍ଭର ସମସ୍ତ ନବୈେଦ୍ଯ ସହିତ ଲବଣ ଏକ ଅଂଶ ହବେ।

14 ପୁଣି ଯବେେ ତୁମ୍ଭେ ତୁମ୍ଭର ପ୍ରଥମଜାତ ଶସ୍ଯ ନବୈେଦ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କର, ତବେେ ତୁମ୍ଭ ପ୍ରଥମଜାତ ଶସ୍ଯ ନବୈେଦ୍ଯ ରୂପେ ଅଗ୍ନି ରେ ଭଜା ତାଜା ଶସ୍ଯ ଉତ୍ସର୍ଗ କରିବ।

15 ପୁଣି ତାହା ଉପରେ ତୈଳ ଦବେ ଓ ଲୋବାନି ରଖିବ। ତାହା ଶସ୍ଯ ନବୈେଦ୍ଯ ହବେ।

16 ତା'ପରେ କିଛି ମର୍ଦ୍ଦିତ ଶସ୍ଯ, କିଛି ତୈଳ ଓ ସମସ୍ତ ଲୋବାନି ଗୋଟିଏ ସ୍ମରାଣାର୍ଥକ ଅଂଶ ରୂପେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ପ୍ରତି ଗୋଟିଏ ଉପହାର ଅଟେ।