Proverbs 25:1-27 in Oriya
Proverbs 25:1
ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତାପଦେେଶ। ଏହି ହିତାପଦେେଶ ଗୁଡ଼ିକ ୟିହୂଦାର ରାଜା ହିଷ୍କୀଯର ଲୋକମାନେ ଲେଖି ଥିଲେ।
Proverbs 25:2
ବିଷଯ ଗୋପନ କରିବା ପରମେଶ୍ବରଙ୍କ ଗୌରବ। ଏହି ବିଷଯ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।
Proverbs 25:3
ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନ ରେ କ'ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।
Proverbs 25:4
ରୂପାର ଖାଦ କାଢ଼ି ପକାଅ, ତବେେ ସୁନାରି ଏକ ପାତ୍ର ତିଆରି କରିପାରିବ।
Proverbs 25:5
ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତା ହେଲେ ତାଙ୍କର ସିଂହାସନ ଧାର୍ମିକତା ରେ ସ୍ଥାପିତ ହବେ।
Proverbs 25:6
ରାଜାର ଛାମୁ ରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହ ରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ।
Proverbs 25:7
ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁ ରେ ତୁମ୍ଭର ନୀଚୀକୃତ ହବୋ ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।
Proverbs 25:8
ବିବାଦ କରିବାକୁ ହଠାତ୍ ବାହାରକୁ ୟାଅ ନାହିଁ। ଯଦି କହେି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତବେେ ତୁମ୍ଭେ ଲଜ୍ଜିତ ହବେ।
Proverbs 25:9
ଯଦି ପ୍ରତିବେଶୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀଯତାକୁ ପ୍ରକଟ କର ନାହିଁ।
Proverbs 25:10
ଯଦି ତୁମ୍ଭେ କୌଣସି ଲୋକର ଗୋପନୀଯତାକୁ ପ୍ରକାଶ କର, ତବେେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କବେେ ଦୂର ହବେ ନାହିଁ।
Proverbs 25:11
ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସହେି ରୂପାର ରଚାଇ ରଖିବା ପରି।
Proverbs 25:12
ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ଯାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ଯାନ୍ଯ ଅଳଙ୍କାରଠାରୁ ମୂଲ୍ଯବାନ ଅଟେ।
Proverbs 25:13
ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ ରରକଗେଣ ପ୍ରତି ବିଶ୍ବସ୍ତ ଦୂତ ସପରେି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣ ରେ ଆଶ୍ବାସ ଦିଏ।
Proverbs 25:14
ବୃଷ୍ଟିହୀନ ମେଘ ଓ ବାଯୁ ଯେପରି ଅଟେ, ଦାନ ଦବୋ ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦବୋ ହେଉଛି ଠିକ୍ ସହେିପରି।
Proverbs 25:15
ର୍ଧୈୟ୍ଯ କଥାବାର୍ତ୍ତା ମାଧ୍ଯମ ରେ ଜଣେ ଶାସକ ଶାନ୍ତି ଦବେ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
Proverbs 25:16
ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ଯକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତବେେ ତୁମ୍ଭେ ଅସୁସ୍ଥ ହବେ।
Proverbs 25:17
ଠିକ୍ ସହେିପରି, ତୁମ୍ଭର ପ୍ରତିବେଶୀ ଗୃହକୁ ଅଧିକ ୟାଅ ନାହିଁ। ଯଦି ତୁମ୍ଭେ ଏପରି କର ତବେେ ସେ ତୁମ୍ଭକୁ ଘୃଣା କରିବ।
Proverbs 25:18
ଜଣେ ୟିଏ ତା'ର ପଡ଼ୋଶୀ ବିପକ୍ଷ ରେ ମିଥ୍ଯା ସାକ୍ଷ୍ଯ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ବାଣ ସ୍ବରୂପ ଭୟଙ୍କର ଅଟେ।
Proverbs 25:19
ଦୁର୍ଦ୍ଦଶା ସମୟରେ ବିଶ୍ବାସଘାତକ ଲୋକଠା ରେ ପ୍ରତ୍ଯଯେ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ଯ।
Proverbs 25:20
ଦୁଃଖିପୂର୍ଣ୍ଣ ଲୋକ ନିକଟରେ ଖୁସି ଗୀତ ଗାଇବା ଶୀତକାଳ ରେ ବସ୍ତ୍ର କାଢ଼ିନବୋ ଓ ସୋଢା ଉପ ରେ ଅମ୍ଳରସ ମିଶାଇବା ପରି ଅଟେ।
Proverbs 25:21
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।
Proverbs 25:22
ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ବଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦବେେ।
Proverbs 25:23
ଯେପରି ଉତ୍ତରୀଯ ବାଯୁ ବୃଷ୍ଟିର ଉତ୍ପାଦକ, ସହେିପରି ଖଚୁଆର ଜିହ୍ବା କୋରଧ ଦୃଷ୍ଟିର ଉତ୍ପାଦକ।
Proverbs 25:24
କଳିହୁଡ଼ୀ ସ୍ତ୍ରୀ ସଙ୍ଗ ରେ ଏକା ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।
Proverbs 25:25
ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଚାର ସହେିପରି ଅଟେ।
Proverbs 25:26
ଗୋଳିଆ ଜଳାଶଯ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗ ରେ ବିଚଳିତ ଧାର୍ମିକ ଠିକ୍ ସହେିପରି ଅଟେ।
Proverbs 25:27
ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସହେିପରି ମନୁଷ୍ଯମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ।
Oriya Bible