Cross Reference
ଗୀତସଂହିତା 92:3
ହେ ପରମେଶ୍ବର, ଦଶତାର ୟନ୍ତ୍ର ଓ ନବେଲରେ ବୀଣାର ଗମ୍ଭୀର ଧ୍ବନିରେ ସୂ-ଗୀତ ଗାନ କରିବା ଭଲ।
ଯାତ୍ରା ପୁସ୍ତକ 15:20
ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।
ଗୀତସଂହିତା 149:1
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ଗୀତ ଗାନ କର। ତାଙ୍କ ଅନୁସରଣ କାରୀମାନଙ୍କ ଗହଣରେ ତାଙ୍କର ଗୁଣ ଗାନ କର।
ଗୀତସଂହିତା 95:1
ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। ଆମ୍ଭମାନଙ୍କ ପରିତ୍ରାଣର ଶୈଳ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କରିବା, ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
ମାର୍କଲିଖିତ ସୁସମାଚାର 14:26
ସବୁ ଶିଷ୍ଯମାନେ ମିଳି ଗୋଟିଏ ଗୀତ ବୋଲିଲେ ଓ ତା'ପରେ ଜୀତ ପର୍ବତ ଉପରକୁ ଚାଲିଗଲେ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:19
ସ୍ତୁତି, ଭଜନ, ଆଧ୍ଯାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତୁମ୍ଭମାନେେ ଆପଣାର ସଂପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।
ଯାକୁବଙ୍କ ପତ୍ 5:13
ଯଦି କହେି ସଙ୍କଟ ରେ ପଡ଼ିଛି, ତା' ହେଲେ ସେ ପ୍ରାର୍ଥନା କରୁ। ଯଦି କହେି ଖୁସି ଅଛି, ତା ହେଲେ ସେ ଗୀତ ଗାଉ।