Bible

Proverbs 6:20-34 in Oriya

Proverbs 6:20
ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।

Proverbs 6:21
ସମାନଙ୍କେର ଆଜ୍ଞାସବୁ ଏବଂ ଶିକ୍ଷାଗୁଡ଼ିକ ସର୍ବଦା ମନେ ରଖ। ତାହାକୁ ତୁମ୍ଭ ହୃଦଯ ରେ ବାନ୍ଧି ରଖ ଏବଂ ତାହାକୁ ତୁମ୍ଭର ଗଳାର ଫୁଲହାର ପରି ବାନ୍ଧ।

Proverbs 6:22
ଯେତବେେଳେ ତୁମ୍ଭେ ଚାଲିବ, ସମାନଙ୍କେର ଶିକ୍ଷାଗୁଡ଼ିକ ତୁମ୍ଭକୁ ପଥ ଦଖାଇବେେ। ଯେତବେେଳେ ତୁମ୍ଭେ ଶଯନ କରିବାକୁ ୟିବ ସମାନେେ ତୁମ୍ଭର ପ୍ରହରୀ ହବେ। ଯେତବେେଳେ ତୁମ୍ଭେ ଜାଗ୍ରତ ହବେ, ସମାନେେ ତୁମ୍ଭ ସହ ଆଳାପ କରିବେ।

Proverbs 6:23
ତୁମ୍ଭ ପିତାମାତାଙ୍କର ଶିକ୍ଷା ଆଲୋକ ବର୍ତ୍ତୀକା ପରି ତୁମ୍ଭକୁ ସର୍ବଦା ସତ୍ ପଥରେ ଚଳାଇ ନବେ। ତାହା ତୁମ୍ଭକୁ ତାଲିମ ପ୍ରାପ୍ତ କରିବ ଓ ଜୀବନ ପଥରେ ଚଳାଇ ନବେ।

Proverbs 6:24
ସମାନଙ୍କେର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଚାଟୁବାକ୍ଯଠାରୁ ଦୂ ରଇେ ରଖୁ।

Proverbs 6:25
ତୁମ୍ଭ ହୃଦଯ ରେ ସହେି ସୁନ୍ଦର ସ୍ତ୍ରୀର ସୌନ୍ଦର୍ୟ୍ଯକୁ ଲୋଭ କର ନାହିଁ। ତା'ର ଚକ୍ଷୁ ତୁମ୍ଭକୁ ପ୍ରତାରିତ ନ କରୁ।

Proverbs 6:26
ବ୍ଯଭିଚାରିଣୀକୁ ପାଉଁରୋଟୀର ଦାମ ଦବୋକୁ ପଡ଼ିବ, ଅନ୍ୟ ଜଣଙ୍କ ସ୍ତ୍ରୀ ପାଇଁ ତୁମ୍ଭ ଜୀବନର ଦାମ ଦବୋକୁ ପଡ଼ିବ।

Proverbs 6:27
ଯଦି କହେି ଲୋକ ତା'ର ବକ୍ଷ ଦେଶ ରେ ନିଆଁ ରଖିବ, ତବେେ ତାହା ପୋଡ଼ି ୟିବ।

Proverbs 6:28
ଯଦି କହେି ଲୋକ ଜ୍ବଳନ୍ତା ଅଙ୍ଗାର ଉପ ରେ ଚାଲେ, ତବେେ ତା'ର ପାଦ ପୋଡ଼ିୟିବ।

Proverbs 6:29
ଏହା ଠିକ୍ ସହେିପରି ହବେ, ଯଦି ତୁମ୍ଭେ ପର ସ୍ତ୍ରୀ ସହିତ ଶଯନ କରିବ। ଯେକହେି ଏହା ଇଚ୍ଛା କରେ ଦଣ୍ଡିତରୁ ପଳାଇ ୟାଇପାରିବ ନାହିଁ।

Proverbs 6:30
ଭୋକିଲା ୟୋଗୁ ଯଦି ଚୋରି କରେ। ତବେେ ଲୋକେ ତାକୁ ଘୃଣା କରିବେ।

Proverbs 6:31
ମାତ୍ର ଯଦି ଧରାପଡ଼େ, ତବେେ ତାକୁ ସାତଗୁଣ ଫରୋଇବାକୁ ପଡ଼େ। ଆପଣା ଗୃହର ସର୍ବସ୍ବ ତାକୁ ଦବୋକୁ ହବେ।

Proverbs 6:32
ଜଣେ ବ୍ଯଭୀଚାରୀ ଲୋକ ନିର୍ବୋଧ ଅଟେ। ସେ ତା'ର ନିଜର ବିନାଶ ଆଣିବ।

Proverbs 6:33
ଲୋକମାନେ ଏଥିପାଇଁ ନିଜର ସମସ୍ତ ସମ୍ମାନ ହରନ୍ତି। ତା'ର କଳଙ୍କ ମାର୍ଜିତ ହବେ ନାହିଁ।

Proverbs 6:34
ସହେି ସ୍ତ୍ରୀର ସ୍ବାମୀ ନିତ୍ଯାନ୍ତ ଇର୍ଷାପରାଯଣ ହବେ। ତା'ର ସ୍ବାମୀ ନିତ୍ଯାନ୍ତ କୋରଧତ ହବେ। ପ୍ରତିହିଂସା କରିବା ବେଳେ ସେ କିଛି ମାନିବ ନାହିଁ।

Oriya Bible