Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
Proverbs 11 KJV ASV BBE DBY WBT WEB YLT

Proverbs 11 in Oriya WBT Compare Webster's Bible

Proverbs 11

1 ସଦାପ୍ରଭୁ ମିଥ୍ଯାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ ଓଜନକୁ ଭଲ ପାଆନ୍ତି।

2 ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

3 ସତ୍ଯପ୍ରିଯ ଲୋକମାନଙ୍କର ସରଳତା ସମାନଙ୍କେୁ ପଥ ଦଖାଇବେ, କିନ୍ତୁ ବିଶ୍ବାସଘାତ ଲୋକମାନଙ୍କ କୁଟିଳାଚରଣ ସମାନଙ୍କେୁ ନାଶ କରିବ।

4 ପ୍ରଭୁଙ୍କ କୋରଧର ଦିନ ରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ଯୁରୁ ରକ୍ଷା ପାଇବ।

5 ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହବେ। କିନ୍ତୁ ଦୁଷ୍ଟର ଦରଜା ସମାନଙ୍କେ ଦୁଷ୍ଟତା ଦ୍ବାରା ଧ୍ବଂସ ହବେ।

6 ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ସମାନଙ୍କେୁ ଉଦ୍ଧାର କରେ। କିନ୍ତୁ ବିଶ୍ବାସଘାତକ ଲୋକ ସମାନଙ୍କେ ଅଭିଳାଷ ଦ୍ବାରା ଧରା ପଡ଼ିବେ।

7 ଯେତବେେଳେ ଦୁଷ୍ଟ ମ ରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ବଂସ ହୁଏ।

8 ଜଣେ ଧାର୍ମିକ ମନୁଷ୍ଯ ସମସ୍ଯାରୁ ରକ୍ଷା ପାଏ ଏବଂ ତା ବଦଳ ରେ ଏହା ଦୁଷ୍ଟ ମନୁଷ୍ଯ ଉପରକୁ ଆ ସେ।

9 ଜଣେ ଦୁଷ୍ଟ ମନୁଷ୍ଯ ତା'ର କୁବାକ୍ଯଗୁଡ଼ିକରେ ତା'ର କୁମୁଖ ରେ ପ୍ରତିବେଶୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସମାନଙ୍କେର ଜ୍ଞାନର ସହିତ ସମାନଙ୍କେୁ ରକ୍ଷା କରନ୍ତି।

10 ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜଯଧ୍ବନି ହୁଏ।

11 ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତବେେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।

12 ୟିଏ ଆପଣାର ପ୍ରତିବେଶୀକୁ ତାଛଲ୍ଯ ମନୋଭାବ ଦଖାେଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହାଇେ ରହେ।

13 କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ୟାଏ ବିଶ୍ବାସ ରେ ବିଶ୍ବାସଘାତକତା କରେ। କିନ୍ତୁ ଜଣେ ବିଶ୍ବସନୀଯ ଲୋକ ଗୁପ୍ତକଥା ଲୁଚାଇ ରେଖ।

14 ଗୋଟିଏ ଜାତି ଠିକ୍ ଦଖାେଶୁଣା ଅଭାବ ୟୋଗୁ ଧ୍ବଂସ ହାଇେଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ବାରା ସଫଳତା ଆସିଥାଏ।

15 ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ଯ କ୍ଲେଶ ପାଏ। ମାତ୍ର ଲଗା ହବୋକୁ ଯେ ଘୃଣା କରେ ସେ ନିରାପଦ ରେ ଥାଏ।

16 ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରେଖ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।

17 ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦଯ ସେ ଆପଣା ଶରୀରକୁ ଦୁଃଖ ଦିଏ।

18 ଦୁଷ୍ଟଲୋକ ମିଥ୍ଯା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।

19 ଯେଉଁ ଲୋକ ଧାର୍ମିକତା ରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ୟିଏ କୁକର୍ମର ପଛ ରେ ୟାଏ, ସେ ଆପଣାର ମୃତ୍ଯୁ ଘଟାଇବ।

20 ଜଣେ ପ୍ରବଞ୍ଚକ ମନୁଷ୍ଯ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ହୁଏ, କିନ୍ତୁ ୟିଏ ନିଷ୍ଠାପର ଜୀବନ ୟାପନ କରେ, ପ୍ରଭୁ ତା'କୁ ଭଲ ପାଆନ୍ତି।

21 ଏହା ନିଶ୍ଚିତ ସତ୍ଯ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।

22 ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସହେିପରି ଯେପରି ଘୁଷୁରିର ଥୋମଣି ରେ ସୁବର୍ଣ୍ଣ ଥାଏ।

23 ଧାର୍ମିକମାନଙ୍କର ବାଞ୍ଛାର ଫଳ କବଳେ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କୋର୍ଧ ଅଟେ।

24 କହେି କହେି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କହେି କହେି ଉଚିତ୍ ବ୍ଯଯ ଅସ୍ବୀକାର କଲେ ହେଁ ତହିଁରୁ କବଳେ ଅଭାବ ଜନ୍ମେ।

25 ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସମାନେେ ଉନ୍ନତି କରିବେ ଏବଂ ସେ ୟିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା'ର ଶୋଷ ମେଣ୍ଟା ହବେ।

26 ଜଣେ ବ୍ଯକ୍ତି ୟିଏ ତା'ର ଶସ୍ଯ ବିକ୍ରୀ କରିବାକୁ ମନ କରେ, ତାହାକୁ ଲୋକମାନେ ଅଭିଶାପ ଦବେେ। କିନ୍ତୁ ଯେକହେି ଶସ୍ଯ ବିକ୍ରଯ କରେ ଇଚ୍ଛା ଏବଂ ନ୍ଯାଯ ସହିତ ତା'ର ମସ୍ତକକୁ ଆଶୀର୍ବାଦ ମିଳେ।

27 ଯେଉଁ ବ୍ଯକ୍ତି ଯତ୍ନ ରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଚା ହେଁ, ତା' ପ୍ରତି ସହେିପରି ଘଟେ।

28 ଆପଣା ଧନ ରେ ଯେ ନିର୍ଭର ରେଖ, ସେ ସତଜେ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତଜେ ପତ୍ରପରି ପ୍ରଫୁଲ୍ଲ ହବେ।

29 ଜଣେ ୟିଏ ଆପଣା ପରିବାରକୁ ସମସ୍ଯାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ଯକ୍ତିର ଦାସ ହବେ।

30 ଧାର୍ମିକ ବ୍ଯକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ୟିଏ ଜ୍ଞାନୀ ଲୋକମାନଙ୍କର ଜୀବନ ଲାଭ କରେ।

31 ଭଲ ଲୋକମାନେ ପୃଥିବୀ ରେ ପୁରସ୍କୃତ ହବେେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close